ରାଜ୍ୟର ସବୁ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଂଚଳରେ ଥାନା ପ୍ରତିଷ୍ଠା ନେଇ ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା

ଭୁବନେଶ୍ୱର- ରାଜ୍ୟର ସମସ୍ତ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଂଚଳରେ ଥାନା ପ୍ରତିଷ୍ଠା ହେବ । ଏ ସଂପର୍କରେ ବିଧାନସଭା ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜେଲ୍ ସଂସ୍କାର ଉପରେ ବି ଆଲୋଚନା ହୋଇଛି । ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କିଶୋର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.