ସ୍ୱତନ୍ତ୍ର ଆପ୍ ଜରିଆରେ ଏଥର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର – ଖୁବ୍ ଶୀଘ୍ର ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୨୨ ସୁଦ୍ଧା ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ, ସେମାନଙ୍କର ଭୋଟର ଲିଷ୍ଟରେ ନାଁ ନ ଥିବ କିମ୍ବା ଯେଉଁମାନେ ଭୋଟର ଲିଷ୍ଟରୁ ନାଁ କାଟିବାକୁ ଚାହୁଁଥିବେ କିମ୍ବା ତ୍ରୁଟି ସଂଶୋଧନ କରିପାରିବେ । ଏଥର ଏହି ପ୍ରକ୍ରିୟା ଅନଲାଇନ ହେବ । ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ସଂଶୋଧନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ଲୋକେ । ଏଥିପାଇଁ କିଛି ପ୍ରମାଣପତ୍ର ଦାଖଲ କରିବାକୁ ହେବ । ଏହାପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ ଆପଣଙ୍କୁ କାର୍ଡ ଯୋଗାଇ ଦେବେ । ସ୍ପିଡ୍ ପୋଷ୍ଟ ମାଧ୍ୟମରେ ବି କାର୍ଡ ଆପଣଙ୍କ ପାଖରେ ପହଂଚିଯିବ । ନଭେମ୍ବର ୭ ଓ ୨୧ ତାରିଖରେ ବୁଥକୁ ଯାଇ ବି ଭୋଟର ତାଲିକା ସଂଶୋଧନ କରିହେବ ।

Comments are closed.