ପର୍ବପର୍ବାଣୀ ଯୋଗୁଁ କୋରୋନା ସଂକ୍ରମଣ ବୃଦ୍ଧି, ନୂଆବର୍ଷ ଯାଏଁ ସଜାଗ ରହିବା ଉପରେ ନୂଆ ଡିଏମଇଟିଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର- ଡିଏମଇଟି ଭାବେ ଦାୟିତ୍ୱ ନେବା ପରେ ଡାକ୍ତର ରମାରମଣ ମହାନ୍ତି ରାଜ୍ୟରେ କୋରୋନା ସ୍ଥିତି ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ପର୍ବପର୍ବାଣୀ ଯୋଗୁଁ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ନିୟମ କଡାକଡି ପାଳନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ନୂଆବର୍ଷ ଯାଏଁ ସମସ୍ତେ ସତର୍କ ରହିବା ଦରକାର ବୋଲି ଡିଏମଇଟି କହିଛନ୍ତି । ୨୦୨୨ ପରେ ରାଜ୍ୟରେ କୋରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ । କୋଭିଡ ନିୟମ ପାଳନ କରି ସ୍କୁଲ୍ ଖୋଲିଲେ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

Comments are closed.