ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି

ପୁରୀ – ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି ହୋଇଛି । ସିଂହଦ୍ୱାର ଓ ମନ୍ଦିର ଚାରିପଟେ ଜନସମାଗମକୁ ଏଡାଇବା ପାଇଁ ଜାରି ହୋଇଛି ନିଷେଧାଦେଶ । ଭୋର୍ ୪ଟାରୁ ଜାରି ହୋଇଛି ୧୪୪ ଧାରା । ମଧ୍ୟରାତ୍ର ଯାଏଁ ଏହି କଟକଣା ବଳବତ୍ତର ରହିବ । କାଉଁରିଆ କାଠ ଜାଳିବା ବେଳେ ପ୍ରବଳ ଭିଡ, ପ୍ରଦୂଷଣ ବୃଦ୍ଧି ଓ କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେପଟେ ଦୀପାବଳୀ ପାଇଁ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

Comments are closed.