ହାତ ଛାଡିଥିବା ପ୍ରଦୀପ ଆଜି ଶଙ୍ଖ ଧରିବେ

ନବରଙ୍ଗପୁର – ଆଜି ବିଜେଡିରେ ସାମିଲ ହେବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଏଥିପାଇଁ ନବରଙ୍ଗପୁରରେ ବିଜେଡିର ମିଶ୍ରଣ ପର୍ବ ଆୟୋଜନ କରାଯାଉଛି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ନିଜର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ ପ୍ରଦୀପ ମାଝୀ । ମିଶ୍ରଣ ପର୍ବ ପୂର୍ବରୁ ଏକ ବାଇକ ରାଲି ସହର ପରିକ୍ରମା କରିବ । ମିଶ୍ରଣ ପର୍ବରେ ଭର୍ଚୁଆଲ ଯୋଗେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ । ଗତମାସରେ କଂଗ୍ରେସ ଛାଡିଥିଲେ ପ୍ରଦୀପ ମାଝୀ । ତାଙ୍କୁ କାମ କରିବାକୁ ସୁଯୋଗ ମିଳୁନାହିଁ ବୋଲି କହି କଂଗ୍ରେସ ନେତୃତ୍ୱ ବିରୋଧରେ ସେ ବିଷୋଦଗାର କରିଥିଲେ ।

Comments are closed.