ବିମାନ ଦୁର୍ଘଟଣାରେ ଗ୍ରାମି ପୁରସ୍କାରପ୍ରାପ୍ତ ଲୋକପ୍ରିୟ ଗାୟିକା ମାରିଲିଆ ମେଣ୍ଡୋଙ୍କାଙ୍କ ମୃତ୍ୟୁ

ବ୍ରାଜିଲିଆ: ବ୍ରାଜିଲୀୟ ଦେଶୀ ସଙ୍ଗୀତର ଅନ୍ୟତମ ଲୋକପ୍ରିୟ ଯୁବ ତାରକା ମାରିଲିଆ ମେଣ୍ଡୋଙ୍କାଙ୍କ ଶୁକ୍ରବାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ୨୬ ବର୍ଷୀୟା ଏହି ଗାୟିକା ଏକ ଛୋଟ ବିମାନରେ ଯାତ୍ରା କରୁଥିବା ସମୟରେ ବିମାନଟି ମିନାସ୍ ଜେରାଇସ୍ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମେଣ୍ଡୋକାଙ୍କ ଜଣେ ଦାଦା ମଧ୍ୟ ଏହି ଗ୍ରାମୀ ପୁରସ୍କାର ବିଜେତାଙ୍କ ସହ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହା ସହିତ ବିମାନର ଦୁଇ ପାଇଲଟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି |

ସ୍ଥାନୀୟ ଟିଭି ବିମାନରୁ ଶବ ଉଦ୍ଧାର ପାଇଁ କାର୍ଯ୍ୟ କରୁଥିବା ଅଗ୍ନିଶମ କର୍ମଚାରୀଙ୍କ ଫୁଟେଜ ଦେଖାଇଥିଲା। ବିମାନଟି ଏକ ଜଳପ୍ରପାତ ନିକଟରେ ଥିବା ଏକ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣା କାରିଙ୍ଗା ଟାଉନ୍ ନିକଟ ଏକ ଗ୍ରାମାଞ୍ଚଳରେ ଘଟିଛି। ଯେଉଁଠାରେ ମେଣ୍ଡୋଙ୍କା ଶୁକ୍ରବାର ଦିନ ଏକ ସଙ୍ଗୀତ କନସର୍ଟରେ ଯୋଗ ଦେଇଥାନ୍ତେ |

ମେଣ୍ଡୋଙ୍କା ୨୦୧୯ରେ ‘ସର୍ଟେନଜୋ’ ପାଇଁ ଶ୍ରେଷ୍ଠ ଆଲବମ୍ ବର୍ଗରେ ଗ୍ରାମି ପୁରସ୍କାର ଜିତିଥିଲେ | ବ୍ରାଜିଲ ଏବଂ ଦକ୍ଷିଣ ଆମେରିକୀୟ ଦେଶ ଗୁଡ଼ିକରେ ମେଣ୍ଡୋକା ଅତ୍ୟନ୍ତ ଲୋକପ୍ରିୟ ଥିଲା | ୟୁଟ୍ୟୁବରେ ତାଙ୍କର ପ୍ରାୟ ୨.୨ କୋଟି ଅନୁଗାମୀ ଥିଲେ ଏବଂ ସ୍ପଟିଫାଇରେ ପ୍ରତି ମାସରେ ୮୦ ଲକ୍ଷରୁ ଅଧିକ ଲୋକ ତାଙ୍କ ସଙ୍ଗୀତ ଶୁଣନ୍ତି | ତାଙ୍କ ଅକାଳ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.