ଡିଆରଡିଓ ତଥ୍ୟ ଚୋରି ମାମଲାରେ ନୂଆ ଖୁଲାସା, ଆଉ ଜଣେ ମହିଳାଙ୍କ ସଂପୃକ୍ତି ସୂଚନା

କଟକ-ଚାନ୍ଦିପୁର ଡିଆରଡିଓ ତଥ୍ୟ ଚୋରି ମାମଲାରେ ଆଉ ଏକ ବଡ ଖୁଲାସା ହୋଇଛି । ଦୁବାଇ ଟଙ୍କା କାରବାର ପରେ ଏବେ ମୁମ୍ବାଇ ଲିଙ୍କ୍ ସଂପର୍କରେ ସୂଚନା ମିଳିଛି । ହନିଟ୍ରାପ ମାମଲାରେ ଆଉ ଜଣେ ମୁମ୍ବାଇ ମହିଳାଙ୍କ ପରିଚୟ କ୍ରାଇମବ୍ରାଂଚର ହସ୍ତଗତ ହୋଇଛି । ସଂପୃକ୍ତ ମହିଳା ଜଣକ ଡିଆରଡିଓ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କଠାରୁ ୪୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ ବୋଲି ଜଣାପଡିଛି । ଆଉ ଗୋଟିଏ ଆଇଡିର ତଥ୍ୟ ମିଳିଛି । ତେବେ, ଏହି ଆଇଡି ଚଳାଉଥିବା ମହିଳାଜଣକ ପୂର୍ବରୁ ଚିହ୍ନଟ ରହସ୍ୟମୟୀ ମହିଳା କି ଅନ୍ୟ ଜଣେ, ସେ ନେଇ କ୍ରାଇମବ୍ରାଂଚ ଅଧିକ ତଦନ୍ତ ଚଳାଇଛି ବୋଲି ଏଡିଜି ସଂଜୀବ ପଣ୍ଡା କହିଛନ୍ତି । ଏହି ମାମଲାରେ କ୍ରାଇମବ୍ରାଂଚର ଦୁଇଟି ଟିମ୍ ମୁମ୍ବାଇ ଯିବ ।

Comments are closed.