ଦୁଇ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ମାମଲା ପୁଣି ୩ ଶହ ଉପରେ, ୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ 

ଭୁବନେଶ୍ୱର – ଦୁଇ ଦିନ ଧରି ୩ ଶହ ତଳେ ରହିବା ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୧୮ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଦୈନିକ ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ ରହିଛି । ଦିନକରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୯ । କଟକରୁ ୩୧, ସମ୍ବଲପୁରରୁ ୨୧, ବାଲେଶ୍ୱରରୁ ୧୪, ପୁରୀରୁ ୯, ସୁନ୍ଦରଗଡରୁ ୧୦, ଯାଜପୁରରୁ ୮, ଜଗତସିଂହପୁରରୁ ୭, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୬, କୋରାପୁଟରୁ ୫, ଅନୁଗୁଳରୁ ୪, ଗଞ୍ଜାମରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪, ବଲାଙ୍ଗିରରୁ ୩, ଗଜପତିରୁ ୨, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ରାୟଗଡାରୁ ୨, ନୟାଗଡରୁ ୧, ଦେବଗଡରୁ ୧, କଳାହାଣ୍ଡିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ଟି ଜିଲ୍ଲାରୁ କୌଣସି ମାମଲା ଆସି ନଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୩୧ଟି ମାମଲା ଆସିଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୩ ହଜାର ୪୬୯ ଜଣ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୧ ହଜାର ୮୫୦ । ସକ୍ରିୟ ମାମଲା ସଂଖ୍ୟା ରହିଛି ୩ ହଜାର ୨୦୯ ।

Comments are closed.