ରାଜଧାନୀରେ ଆଉ ୩୮ଟି କିଓସ୍କ ବ୍ୟବସାୟୀଙ୍କୁ ବଂଟନ କଲା ବିଏମସି, ଅନ୍ୟ ସ୍ଥାନରେ ବ୍ୟବସାୟ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ଆଜି ରାଜଧାନୀର ବ୍ୟବସାୟୀଙ୍କୁ ୩୮ଟି କିଓସ୍କ ହସ୍ତାନ୍ତର କରିଛି ବିଏମସି । ଏହାଫଳରେ ଯେଉଁମାନଙ୍କୁ ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିପାରିବେ । ଏହାକୁ ବ୍ୟବସାୟୀମାନେ ଭଡାରେ ଦେଇପାରିବେ ନାହିଁ କି ବିକ୍ରି କରିପାରିବେ ନାହିଁ ବୋଲି ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ୨୩୧ଟି କିଓସ୍କ ପ୍ରସ୍ତୁତ କରି ବିଏମସିକୁ ହସ୍ତାନ୍ତର କରିଥିଲା । ବିଭିନ୍ନ ପର୍ଯ୍ୟାୟରେ ୧୭୭ଟି କିଓସ୍କ ବଂଟନ କରିଥିଲା ବିଏମସି ।ା ଆଜି ୩୮ କିଓସ୍କକୁ ମିଶାଇ ମୋଟ ୨୧୫ଟି କିଓସ୍କ ବ୍ୟବସାୟୀଙ୍କୁ ବଂଟନ କରାଯାଇଛି । ଆଉ ୧୬ଟି କିଓସ୍କ ବଂଟନ କରାଯିବାକୁ ବାକି ରହିଛି ।

Comments are closed.