ଛଟପର୍ବ ସୌର ଉପାସନାର ଏକ ଅଙ୍ଗ

ଉତ୍ତର ଭାରତର ବିଶେଷ ପର୍ବପବିତ୍ର ଛଟପର୍ । ଏହି ଛଟପର୍ବ ତିନିଦିନ ଧରି ପାଳିତ ହୋଇଥାଏ। ବ୍ରତଧାରୀମାନେ ଏହି ତିନିଦିନ ନିଷ୍ଠାର ସହିତ ଛଟ ଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ପୂଜାର୍ଚ୍ଚନା ସହିତ ମାନସିକଧାରୀ ମହିଳା ଓ ପୁରୁଷମାନେ ଉପବାସ ରହି ନଦୀ ବା ପୁଷ୍କରିଣୀରେ ସ୍ନାନକରିବା ସହିତ ଉଦିତ ସୁର୍ଯ୍ୟକୁ ଦର୍ଶନକରି ବ୍ରତ ସମାପ୍ତ କରିଥାନ୍ତି ।

ଉତ୍ତର ଭାରତ ବିଶେଷ ଭାବରେ ବିହାରୀ ସଂପ୍ରଦାୟ ଏହି ଉତ୍ସବକୁ ବଡ଼ ଧୁମଧାମରେ ପାଳନ କରିଥାନ୍ତି। ବିହାରୀ ସମ୍ପ୍ରଦାୟର ଏହା ହେଉଛି ଏକ ଗଣପର୍ବ । ଭଗବାନ ଶ୍ରୀସୂର୍ଯ୍ୟ ଦେବଙ୍କ ଭଉଣୀ ହେଉଛନ୍ତି ମା ଛଟ । ପରିବାରର ମଙ୍ଗଳ ତଥା ସମାଜର ମଙ୍ଗଳ ପାଇଁ ବିହାରୀ ପରିବାରରେ ଛଟ୍ ମାଙ୍କୁ ପୂଜାର୍ଚନା କରିବାର ବିଧି ରହିଛି । ୩ଦିନ ଧରି ରଖାଯାଇଥିବା ବ୍ରତର ଅନ୍ତିମଦିନ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନପରେ ଏହି ଛଟପୂଜା ଶେଷ ହୋଇଥାଏ । ଦିପାବଳୀର ୬ଦିନ ପରେ ଏହି ଛଟପୂଜା ପାଳନର ବିଧି ରହିଛି । ପ୍ରାତଃ କାଳରୁ ବିହାରି ମହିଳାମାନେ ଉପବାସ କରି ଉଦୀତ ସୂର୍ଯ୍ୟକୁ ପୂଜା କରିବା ସହିତ ଛଟ ପୂଜା ବ୍ରତ ରଖିଥାନ୍ତି । ସନ୍ଧ୍ୟା ସମୟରେ ଅସ୍ତଗାମୀ ସୂର୍ଯ୍ୟ ଓ ଉଦୀତ ଚନ୍ଦ୍ରକୁ ପୂଜା କରିବା ସହିତ ନିଜ ପରିବାରର ସୁଖ ସମୃଦ୍ଧି କାମନା କରିଥାନ୍ତି । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧର, ଲୋକମାନଙ୍କ ଭିତରେ ଥିବା ଅଜ୍ଞାନ ରୁପକ ଅନ୍ଧକାର ଦୂରକରି ଜ୍ଞାନର ଆଲୋକ ପ୍ରଦାନ କରିବାପାଇଁ ଏହି ପବିତ୍ର ବ୍ରତ ରଖାଯାଇଥାଏ। ବିହାରୀ ସଂପ୍ରାଦାୟର ପୁରୁଷ ଓ ମହିଳାମାନେ ବ୍ରତର ଅନ୍ତିମଦିନ ନଦୀ ବା ପୁଷ୍କରିଣୀର କୂଳରେ ନୂତନ କୁଲାରେ ପୂଜା ସାମଗ୍ରୀ ସହିତ ଆଖୁଗଛ ଓ କଦଳିଗଛ ନେଇ ସୁର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଏହିବ୍ରତ ଉଦ୍ଯାପନ କରିଥାନ୍ତି।

ଏହି ଉତ୍ସବ ବିହାରୀ ସଂପ୍ରାଦାୟର ଏକ ବିଶେଷ ଉତ୍ସବ ହୋଇଥିବାରୁ ପ୍ରତ୍ୟେକଙ୍କ ଘରେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିବା ସହିତ ପିଠାପଣା ର ଆୟୋଜନ ହୋଇଥାଏ। ଏହି ସମୟରେ ପରିବାରର ସମସ୍ତେ ଏକତ୍ରିତ ହୋଇଥାନ୍ତି। ପ୍ରତ୍ୟେକଙ୍କ ଘରକୁ ଆତ୍ମୀୟ ସ୍ୱଜନ ଆଗମନ କରି ଏହି ଉତ୍ସବକୁ ଅତି ସରସ ସୁନ୍ଦର କରିଥାନ୍ତି।ଛଟ ଉତ୍ସବ ଅଵସର ରେ ପରସ୍ପର ପରସ୍ପର ର ସୁଖ ସମୃଦ୍ଧି କାମନା କରିଥାନ୍ତି । ଆମେମାନେ ପାଳନ କରୁଥିବା ମକର ସଂକ୍ରାନ୍ତି, ଶାମ୍ବ ଦଶମୀ ଆଦି ଉତ୍ସବ ପରି ଛଟ ଉତ୍ସବ ମଧ୍ୟ ସୌର ଉପାସନା ର ଏକ ଅଙ୍ଗ ଭାବରେ ବିବେଚିତ।

Comments are closed.