ରାଜ୍ୟରେ ଆଉ ୨୭୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣର ଉପର –ତଳ ଗତି ଜାରି ରହିଛି । ଗତ ୨୪ ଘଂଟାରେ ପୁଣି କମିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୨୭୧ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୫୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୬୦ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୨, କଟକରୁ ୨୩, ସମ୍ବଲପୁରରୁ ୨୦, ବାଲେଶ୍ୱରରୁ ୧୪, ସୁନ୍ଦରଗଡରୁ ୧୦, ଦେବଗଡରୁ ୮, ଜଗତସିଂହପୁରରୁ ୭, ପୁରୀରୁ ୭, ମାଲକାନଗିରିରୁ ୫, କେନ୍ଦୁଝରରୁ ୫, ମୟୂରଭଞ୍ଜରୁ ୫, ରାୟଗଡାରୁ ୪, ଢେଙ୍କାନାଳରୁ ୫, ଭଦ୍ରକରୁ ୨, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୨, ବଲାଙ୍ଗିରରୁ ୧, ନୟାଗଡରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନ ଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୨୫ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୪ ହଜାର ୬୯୯ ଲୋକ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଲକ୍ଷ ୩୩ ହଜାର ୩୪୪ ସୁସ୍ଥ ହୋଇଛନ୍ତି । ୨ ହଜାର ୯୩୨ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.