ଆଜିଠୁ ରାଜ୍ୟରେ ବର୍ଷାରୁ ଆଶ୍ୱସ୍ତି, ୧୭ରୁ ଦକ୍ଷିଣ ଓଡିଶାରେ ପୁଣି ବର୍ଷା

ଭୁବନେଶ୍ୱର- ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକରେ ଗତ ଦୁଇ ତିନି ଦିନ ପ୍ରବଳ ବର୍ଷା ପରେ ଆଜିଠାରୁ ଆଶ୍ୱସ୍ତି ମିଳିବ । ଆଜିଠାରୁ ଓଡିଶାର ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ କମିବ । ଶୀତର ପ୍ରଭାବ ରହିବ ନାହିଁ । ଆକାଶ ମେଘାଚ୍ଛନ୍ନ ରହିବା ସମ୍ଭାବନା ରହିଛି । ରାତି ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଣ । ୧୭ରୁ ଦକ୍ଷିଣ ଓଡିଶାରେ ବର୍ଷାର ପ୍ରଭାବ ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Comments are closed.