ରାଜ୍ୟରେ ଆଉ ୨୬୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ଅଂଚଳରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୪୨ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨ ଓ କଟକରୁ ୨୧ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୨, କେନ୍ଦ୍ରାପଡାରୁ ୮, ଯାଜପୁରରୁ ୬, ସୁନ୍ଦରଗଡରୁ ୬, ଭଦ୍ରକରୁ ୫, ଢେଙ୍କାନାଳରୁ ୫, ମୟୂରଭଞ୍ଜରୁ ୫, ଜଗତସିଂହପୁରରୁ ୩, ଦେବଗଡରୁ ୩, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, ନୟାଗଡରୁ ୨, କୋରାପୁଟରୁ ୧, ମାଲକାନଗିରିରୁ ୧, ପୁରୀରୁ ୧ ବରଗଡରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ଅଛନ୍ତି । ୧୦ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୩୧ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୫ ହଜାର ୪୭୧ ଲୋକ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୪ ହଜାର ୩ ଶହ । ୨ ହଜାର ୭୪୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.