କେବିଏନ ଗ୍ୟାଙ୍ଗ୍ ବାବଦରେ ନୂଆ ଖୁଲାସା, ଦାଦାବଟି ଆଦାୟ ପାଇଁ କିଛି ସଦସ୍ୟ ଗଢିଥିଲେ ‘ଟାଉନ୍ ଟାଇଗର ଗ୍ରୁପ୍’

ଭୁବନେଶ୍ୱର- ରାଜଧାନୀରେ ଆତଙ୍କରାଜ ଚଳାଇଥିବା ‘କୋଇ ଭି ନେହିଁ’ –କେବିଏନ୍ ଗ୍ୟାଙ୍ଗ ବାବଦରେ ନୂଆ ଖୁଲାସା କରିଛି ପୋଲିସ । ସୋସିଆଲ ମିଡିଆରେ କେବିଏନ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେଲା ପରେ ପୋଲିସ ଗ୍ୟାଙ୍ଗ ସଦସ୍ୟମାନଙ୍କୁ ଗିରଫ କରି ପଚରାଉଚରା ଚଳାଇଛି । ଜଣାପଡିଛି ଯେ, ଏହି ଗ୍ୟାଙ୍ଗର ସଦସ୍ୟମାନେ ‘ଟାଉନ ଟାଇଗର’ ନାମରେ ମଧ୍ୟ ଏକ ବିଶେଷ ଗ୍ରୁପ୍ ଗଠନ କରିଥିଲେ । ସନିଆ ଓରଫ ସନାତନ ନାମକ ଯୁବକ ଥିଲା ଏହି ହ୍ୱାଟସଆପ୍ ଗ୍ରୁପ୍‌ର ଆଡମିନ୍ । ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଅନେକ ସଦସ୍ୟ ଗ୍ରୁପ୍ ଛାଡି ଦେଲେଣି । ସେମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ପୋଲିସ ଖୋଜୁଛି । ଦାଦାବଟି ଆଦାୟ ସମେତ ଅନ୍ୟ ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ହୋଇ ଭୁବନେଶ୍ୱରରେ ପତିଆରା ଜାହିର କରିବା ଥିଲା ଏମାନଙ୍କ ଉଦ୍ଦେଶ୍ୟ ।

କିଛି ଦିନ ପୂର୍ବେ କେବିଏନ ଗ୍ୟାଙ୍ଗର ଆତଙ୍କରାଜ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣ ସଦସ୍ୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ଅବଧି ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଜେରା ବେଳେ ସେମାନଙ୍କଠାରୁ ଅନେକ ତଥ୍ୟ ହାସଲ କରିପାରିଛି ପୋଲିସ । ତେବେ, ଗ୍ରୁପର ମାଷ୍ଟରମାଇଣ୍ଡ ବୁବୁଜେନା ଓ ଅନ୍ୟ ସଦସ୍ୟଙ୍କୁ ଧରିବା ଲାଗି ପୋଲିସ ଚେଷ୍ଟା ଚଳାଇଛି ।

Comments are closed.