ଜୁନିୟର ମହିଳା ବିଶ୍ୱକପ୍ ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଦୁଇ ଖେଳାଳି

ଭୁବନେଶ୍ୱର- ଜୁନିୟର ମହିଳା ବିଶ୍ୱକପ୍ ହକି ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡିଶାର ଦୁଇ ଜଣ ଖେଳାଳି । ୧୮ ଜଣିଆ ଦଳରେ ଓଡିଶାର ଅଜମିନା କୁଜୁର ଓ ଜିୱାନ କିଶୋରୀ ଟପ୍ପୋ ସ୍ଥାନ ପାଇଛନ୍ତି । ଡିସେମ୍ବର ୬ରୁ ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଂଟ ଖେଳାଯିବ । ଭାରତୀୟ ଦଳର ନେତୃତ୍ୱ ଲାଲ୍ ରେମେସିଆମି ନେବେ । ସେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ଭାରତୀୟ ସିନିୟର ମହିଳା ହକି ଦଳର ସଦସ୍ୟ ଥିଲେ । ଡିସେମ୍ବର ୬ ତାରିଖରେ ଭାରତ, ଋଷିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ ।

Comments are closed.