ଆଜି ୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୂପାନ୍ତରିତ ସରକାରୀ ସ୍କୁଲ୍‌ର ଲୋକାର୍ପଣ ଜାରି ରହିଛି । ଏ କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ । ଗଞ୍ଜାମ ଜିଲ୍ଲାର ୮୩, ସମ୍ବଲପୁର ଜିଲ୍ଲାର ୨୫, ନୟାଗଡ ଜିଲ୍ଲାର ୮, ରାୟଗଡା ଜିଲ୍ଲାର ୭, ନୂଆପଡା ଜିଲ୍ଲାର ୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.