ଓଡିଶା ପୋଲିର ସ୍ୱତନ୍ତ୍ର ଅଭିଯାନରେ ୩ ହଜାରରୁ ଅଧିକ ଫେରାର ୱାରେଂଟି ଗିରଫ, ବାଲେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର- ଗତ ୧ଦ ଦିନ ମଧ୍ୟରେ ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରିବାରେ ସଫଳ ହୋଇଛି ଓଡିଶା ପୋଲିସ । ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିବା ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରାଯାଇଛି । ଫେରାର ଅଭିଯୁକ୍ତମାନଙ୍କୁଧରିବା ପାଇଁ ନଭେମ୍ବର ୫ରୁ ୧୪ ତାରିଖ ମଧ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା ଓଡିଶା ପୋଲିସ । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୫୯୨ ପଳାତକଙ୍କୁ ଗିରଫ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଗିରଫ ହୋଇଛନ୍ତି ୫୫୧ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ୫୧୬ ୱାରେଂଟିଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ପଳାତକଙ୍କ ମଧ୍ୟରୁ ୨ ହଜାର ୩୯୨ ଜଣଙ୍କ ବିରୋଧରେ ଜିଆର ମାମଲା ଥିବା ବେଳେ ୪ ଶହ ସିଜନାଲ ଟ୍ରାଏଲ ମାମଲା ଓ ୬୯୭ ଜଣଙ୍କ ବିରୋଧରେ ଅନ୍ୟାନ୍ୟ ମାମଲା ରହିଛି । ଗିରଫ ୱାରେଂଟିଙ୍କ ମଧ୍ୟରୁ ୨ ହଜାର ୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଥିଲା ।

Comments are closed.