ଜୁନିଅର ବିଶ୍ୱକପ୍ ହକି : ଭୁବନେଶ୍ୱରରେ ପହଂଚିଲା ବେଲଜିୟମ ଦଳ

ଭୁବନେଶ୍ୱର- କଳିଙ୍ଗ ହକି ଷ୍ଟାଡିୟମରେ ଆସନ୍ତା ୨୪ରୁ ଆରମ୍ଭ ହେବାକୁ ଥିବା ଜୁନିଅର ବିଶ୍ୱକପ୍ ହକି ପାଇଁ ବେଲଜିୟମ ଦଳ ଆଜି ଭୁବନେଶ୍ୱରରେ ପହଂଚିଛି । ଭବ୍ୟ ସ୍ୱାଗତ ପରେ ଖେଳାଳିମାନଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା । ପ୍ରଥମ ବିଦେଶୀ ଟିମ୍ ଭାବେ ବେଲଜିୟମ ଭୁବନେଶ୍ୱରରେ ପହଂଚିଛି । ବୁଧବାର ଆଉ ୪ଟି ଦେଶର ଟିମ୍ ଭୁବନେଶ୍ୱର ଆସିବେ । ପୂର୍ବରୁ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଂଚିଥିଲା ।

Comments are closed.