ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସାମିଲ ହେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅପିଲ୍‌

ଭୁବନେଶ୍ୱର- ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ, ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ ଅଭିଯାନ ଚାଲିଛି । ତେଣୁ ସମସ୍ତେ ନିଜର ନାମ ଏପିକ ଆଇଡି ଚେକ୍ କରିବାକୁ ସେ ଅନୁରୋଧ ଦେଇଛନ୍ତି । ଏଥିପାଇଁ ୨୧ ତାରିଖରେ ଏକ ବିଶେଷ ଅଭିଯାନ କରାଯିବ । ଫର୍ମ ୬ ନାମ ଯୋଡିବା, ଫର୍ମ -୮ ନାମ ସଂଶୋଧନ ଓ ଫର୍ମ ଏ –ସ୍ଥାନାନ୍ତରପାଇଁ ବ୍ୟବହାର ହୋଇପାରିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ । ବ୍ଲକସ୍ତରରେ ବି ଭୋଟର ତାଲିକା ସଂଶୋଧନ ହୋଇପାରିବ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନାମ ଯୋଡାଯାଇପାରିବା ସହ ସଂଶୋଧନ କରାଯାିପାରିବ । ଭୋଟର ହେଲପଲାଇନ୍ସକୁ ଯାଇ ଏହି ସଂଶୋଧନ କରିପାରିବେ । ଏପିକ ନମ୍ବର ସ୍ପିଡ ପୋଷ୍ଟରେ ପଠାଯିବ । ତେଣୁ ସଠିକ ଠିକଣା ଦେବାକୁ ସେ ଅନୁରୋଧ କରିଛନ୍ତି । କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ୮୦ ପ୍ରତିଶତ ଫର୍ମ ଅନଲାଇନରେ ଆସିଥିବା ସେ କହିଛନ୍ତି । ଗତବର୍ଷ ଏହା ୮ ପ୍ରତିଶତ ଥିଲା । ଏବେ ସୁଦ୍ଧା ଏକ ଲକ୍ଷ ଡବଲ ଆଇଡି ଡିଲିଟ୍ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

Comments are closed.