ରାଜ୍ୟରେ ୧୪ଟି ସହରର ବିଭିନ୍ନ ଫର୍ଣ୍ଣିଚର ଶୋ’ ରୁମରେ ଜିଏସଟି ଚଢାଉ

ଭୁବନେଶ୍ୱର- ରାଜ୍ୟରେ ବିଭିନ୍ନ ଫର୍ଣ୍ଣିଚର ଶୋ’ ରୁମରେ ଜିଏସଟି ଚଢାଉ ହୋଇଛି । ଭୁବନେଶ୍ୱର ସମେତ ରାଜ୍ୟର ୧୪ଟି ସହରରେ ଫର୍ଣ୍ଣିଚର ଦୋକାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ୧୩୬ ଜଣ ଅଧିକାରୀ ୩୨ଟି ଜାଗାରେ ଚଢାଉ କରିଛନ୍ତି । ଏହିସବୁ ଡିଲରଙ୍କ ୩୦ଟି ଦୋକାନ ଓ ଗୋଦାମରେ ଏକକାଳୀନ ଚଢାଉ ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା,ସମ୍ବଲପୁର, ବରଗଡ, ରାଉରକେଲା , ଭବାନୀପାଟଣାସ କଂଟାବାଂଜି ଆଦି ସ୍ଥାନରେ ଚଢାଉ କରିଛି ଜିଏସଟି ବିଭାଗ । ଏସବୁ ଫର୍ଣ୍ଣିଚର ଦୋକାନ ଓ ଗୋଦାମଗୁଡି ସଠିକ ଇନଭଏସ ଦେଉ ନ ଥିବା ଅଭିଯୋଗ ହୋଇଛି ।

Comments are closed.