ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ, ୨୨ରୁ ତିନି ଦିନ ଆନ୍ଦୋଳନ ପାଇଁ ଘୋଷଣା

ଭୁବନେଶ୍ୱର- ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ବିଜେଡି ଘୋଷଣା କରିଛି । ଏହି ମାସ ୨୨ ତାରିଖରୁ ୩ ଦିନ ଧରି ଆରଡିସି ଡିଭିଜନରେ ଆନ୍ଦୋଳନ କରିବ ବିଜେଡି । ବିଜେଡିର ମହିଳା,ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନରେ ସାମିଲ ହେବେ ବୋଲି ପ୍ରେସମିଟରେ ବିଜେଡି ନେତା ପ୍ରଣବ ବଳବନ୍ତରାୟ ସୂଚନା ଦେଇଛନ୍ତି ।
ରାଜ୍ୟରେ ଏଲପିଜି ସିଲିଣ୍ଡର ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ରର ‘ଉଜ୍ୱଳା ଯୋଜନା’ ଓ ‘ଅଛେ ଦିନ୍‌’ ର ପରିକଳ୍ପନା ବ୍ୟର୍ଥ ହୋଇଛି । ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ମାଆ,ଭଉଣାଙ୍କ ପ୍ରତି ଅବହେଳା ଓ ଅପମାନ ବୋଲି ବିଜେଡି କହିଛି । ଓଡିଶାରେ ଉଜ୍ୱଳା ଯୋଜନା ବିଫଳ ହୋଇଥିବା ଦଳ କହିଛି ।

Comments are closed.