ଆଇପିଏସ ସ୍ତରରେ ଅଦଳବଦଳ : ବିଜୟାନନ୍ଦ ଝା’ଗୃହ ବିଭାଗର ଓଏସଡି, ସୁଧାଂଶୁ ଷଡଙ୍ଗୀ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି

ଭୁବନେଶ୍ୱର- ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇପିଏସ ବିଜୟାନନ୍ଦ ଝା’ଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଥିବା ବେଳେ ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଭାବେ ଦାୟିତ୍ୱ ଦେଇଛନ୍ତି । ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଡିଶା ମାନବାଧିକାର କମିଶନର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି । କେ.ସଫିନ ଅହମ୍ମଦଙ୍କୁ ଅଗ୍ନିଶନ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ସଫିନ ବର୍ତ୍ତମାନ ଏବେ ଟେକନିକାଲ ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି । କ୍ରାଇମବ୍ରାଂଚ ଏସପି ଏଲ, ଦିବ୍ୟାଭିଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି ।

Comments are closed.