ଟି ସର୍ଟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ ସ୍ଲୋଗାନ୍ ‘ଆପଣ ମାନେ ଖୁସି ତ ?’ କିଶୋର ମୁହଁରେ ନବୀନଙ୍କ ଲୋକପ୍ରିୟତାର ଝଲକ୍

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରୁ ଆରମ୍ଭ କରି ଦରିଆପାରିରେ ଚହଟି ସାରିଛି | ସେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ହୁଅନ୍ତୁ ଅବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ | ସମସ୍ତେ ନବୀନଙ୍କ ସୁଶାସନର ଖୋଲାଖୋଲି ପ୍ରଶଂସା କରି ଆସିଛନ୍ତି | ଏଭଳି ସ୍ଥିତିରେ ନିଜ ରାଜ୍ୟର ତରୁଣ ଓ କିଶୋରଙ୍କ ମଧ୍ୟରେ ନବୀନ ଜଣେ ଆଦର୍ଶବାଦର ପ୍ରତୀକ ଭାବେ ଉଭା ହୋଇଛନ୍ତି | ବର୍ତ୍ତମାନ କଟକର ଜଣେ କିଶୋରଙ୍କ ଟି ସାର୍ଟରେ ନବୀନଙ୍କ ପ୍ରତି ଭଲ ପାଇବା ପ୍ରତିଫଳିତ ହୋଇଛି | ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ସ୍ଲୋଗାନ “ଆପଣ ମାନେ ଖୁସି ତ ? ” ଲେଖାଥିବା ଟି ସାର୍ଟ ପିନ୍ଧିଥିବା ଏହି କିଶୋରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

କଟକ କିଶୋରନଗର ବାଲିସୁକ୍ରି ଗାଁର ନବମ ଶ୍ରେଣୀ ଛାତ୍ର ସତ୍ୟଜିତ ସାହୁ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି | ସେ ଏକ ଗ୍ରେ ରଂଗର ଟି ସାର୍ଟ ପିନ୍ଧିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଡାଏଲଗ୍ “ଆପଣ ମାନେ ଖୁସି ତ ?” ଲେଖା ଅଛି | ଆଉ ସତ୍ୟଜିତଙ୍କ ମୁଖମଣ୍ଡଳରୁ ଫୁଟି ଆସୁଥିବା ସ୍ମିତହାସ୍ୟ ଅନେକ କିଛି ବୟାନ କରୁଛି | ତାଙ୍କ ସନ୍ତୁଷ୍ଟିରୁ ହିଁ ନବୀନଙ୍କ ପ୍ରତି ଭଲ ପାଇବା ସ୍ପଷ୍ଟ ଭାବ ବାରି ହେଉଛି ବୋଲି ସୋସିଆଲ ମିଡିଆରେ ଲୋକେ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି | ଏହା କୌଣସି ରାଜନୈତିକ ଅଭିସନ୍ଧୀ ନୁହେଁ ବରଂ ନବୀନଙ୍କ ସୁଶାସନ ଏହି କିଶୋରଙ୍କ ମୁହଁରେ ପ୍ରତିଫଳିତ ହେଉଛି ବୋଲି ମତପ୍ରକାଶ ପାଇଛି | ଏହା ଦୀର୍ଘ ଦୁଇ ଦଶନ୍ଧି ଧରି ଓଡିଶାର ଜନମାନସର ସର୍ବମାନ୍ୟ ନେତା ଭାବେ ବିବେଚିତ ହୋଇଥିବା ନବୀନ ବାବୁଙ୍କ ପ୍ରତି ଲେକଙ୍କ ଭଲ ପାଇବାର ନିଦର୍ଶନ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି |

Comments are closed.