ରାଜ୍ୟରେ ଆଉ ୨୪୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୨ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୧ ଓ ସ୍ଥାନୀୟ ଅଂଚଳରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୫ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୨୪, କଟକ ଜିଲ୍ଲାରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭, ସମ୍ବଲପୁରରୁ ୭, ବରଗଡରୁ ୬, ଯାଜପୁରରୁ ୫, କେନ୍ଦ୍ରାପଡାରୁ ୪, ପୁରୀରୁ ୪, ସୁନ୍ଦରଗଡରୁ ୪, ଜଗତସିଂହପୁରରୁ ୩, ଭଦ୍ରକରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନୟାଗଡରୁ ୨, ଅନୁଗୁଳରୁ ୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, ନୂଆପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ଟି ଜିଲ୍ଲାରୁ କୌଣସି ନୂଆ ମାମଲା ଆସିନାହିଁ । ଷ୍ଟେଟ ପୁଲ୍‌ରୁ ୨୮ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୬ ହଜାର ୫୫୯ ଜଣ କୋରୋନା ପଜିଟିଭ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥସ ହୋଇସାରିଛନ୍ତି ୧୦ ଲକ୍ଷ ୩୫ ହଜାର ୬୧୩ । ୨ ହଜାର ୫୦୪ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.