ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ, ଭୁବନେଶ୍ୱର ତିରୁପତି ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର- ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ରାଜ୍ୟ ମଧ୍ୟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ବାତିଲ କରିଦିଆଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ବାତିଲ କରିଦିଆଯାଇଥିବା ବେଳେ ଭୁବନେଶ୍ୱର-ଯଶୋବନ୍ତପୁର ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ରେଳ ଧାରଣାରେ ପାଣି ଜମି ରହିବାରୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

Comments are closed.