ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠାରୁ ତିନିଦିନିଆ ଯଜ୍ଞ, ୨୪ରେ ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ପୁରୀ ପାଇଁ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠାରୁ ତିନିଦିନିଆ ଯଜ୍ଞ ଆରମ୍ଭ ହୋଇଛି । ଏଥିପାଇଁ ରବିବାର ଶ୍ରୀନଅରରେ ଗୁଆ ଟେକା ଯାଇଥିଲା । ଏଥିସହ ଯଜ୍ଞମଣ୍ଡପରେ ମଣ୍ଡଳ କଟା ଓ ଅଙ୍କୁରାରୋପଣ କରାଯାଇଥିଲା । ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ । ଆଜି ସକାଳୁ ପଂଚକର୍ମ, ବ୍ରାହ୍ମଣବରଣ ଆଦି ପରମ୍ପରା ପରେ ଯଜ୍ଞ ଆରମ୍ଭ ହୋଇଛି । ୩୩ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ହୋଇଛନ୍ତି ।

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବେ । ଭକ୍ତମାନଙ୍କ ସୁବିଧା, ଶ୍ରୀନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ।

Comments are closed.