କରୋନା ଅପଡେଟ୍: ଦିନକରେ ୮୪୮୮ ନୂଆ ମାମଲା, ୫୩୮ ଦିନ ପରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୪୮୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି। ୫୩୮ ଦିନ ପରେ ଦେଶରେ ସବୁଠୁ କମ୍ ମାମଲା ପଞ୍ଜିକୃତ ହୋଇଛି ।

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୧୮ ହଜାର ୪୪୩କୁ ଖସି ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ଦିନରେ ଦେଶରେ ୧୨ ହଜାର ୫୧୦ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ଏହି ମହାମାରୀରେ ପ୍ରାଣ ହରାଇଥିବା ମୋଟ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୯୧୧କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୩ କୋଟି ୩୯ ଲକ୍ଷ ୩୪ ହଜାର ୫୪୭ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୧୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୩୨ ଲକ୍ଷ ୯୯ ହଜାର ୩୩୭ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ୧୧୬ କୋଟି ୮୭ ଲକ୍ଷ ୨୮ ହଜାର ୩୮୫ ଡୋଜ ଟିକା ଦିଆଯାଇଛି।

Comments are closed.