ଖଲ୍ଲିକୋଟରେ ନକଲି ଥାନା ଅଧିକାରୀ ଗିରଫ

ଖଲ୍ଲିକୋଟ – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଜଣେ ନକଲି ଥାନା ଅଧିକାରୀକୁ ଗିରଫ କରାଯାଇଛି । ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କୁ ଧମକ ଚମକ ଦେଉଥିବା ଚିକିଲି ଗାଁର ସୁନୀଲ ଗୌଡକୁ ବାନ୍ଧିଛି ପୋଲିସ । ତାଙ୍କର ଧମକପୂର୍ଣ୍ଣ ଫୋନ୍ କଲ୍ ରେକର୍ଡିଂ ଭାଇରାଲ ହେବା ପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ନେଇ ସୁନୀଲ ଗୌଡକୁ ଗିରଫ କରିଛି । ଜଣେ ଯୁବକଙ୍କୁ ବଟି ପାଇଁ ଫୋନରେ ଧମକ ଦେଉଥିଲା ସୁନୀଲ ଗୌଡ । ସେ ନିଜକୁ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ବୋଲି ପରିଚୟ ଦେଇ ଅର୍ଜୁନ ସେଠୀ ନାମକ ଜଣେ ଯୁବକଙ୍କୁ ଦାଦା ବଟି ମାଗୁଥିଲା । ଅର୍ଜୁନ ସୁନୀଲ ଗୌଡର କଲ୍ ରେକର୍ଡିଂ କରି ଖଲ୍ଲିକୋଟ ଥାନା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ।

Comments are closed.