ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜୟନ୍ତୀ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଲକ୍ଷ୍ମଣ ନାଏକଙ୍କ ବୀରତ୍ୱ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଦିବାସୀ ଭାଇଭଉଣୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମ ସର୍ବଦା ସ୍ମରଣୀୟ ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.