ରାଜ୍ୟରେ ୨୧୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୨୧୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୩ ଓ ସ୍ଥାନୀୟ ଅଞ୍ଚଳରୁ ୮୯ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୦ ଜଣ ଅଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦ ଓ ସୁନ୍ଦରଗଡରୁ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ ମୟୂରଭଞ୍ଜରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୯, ଯାଜପୁରରୁ ୮, ବାଲେଶ୍ୱରରୁ ୩, ଜଗତସିଂହପୁରରୁ ୩, କଟକରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, କୋରାପୁଟରୁ ୨, ଭଦ୍ରକରୁ ୧, ବୌଦ୍ଧରୁ ୧, କେନ୍ଦ୍ରାଡାରୁ ୧, ନୟାଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ ଜିଲ୍ଲାରୁ କୌଣସି ମାମଲା ଆସି ନ ଥିବା ବେଳେ ଷ୍ଟେଟ୍ ପୁଲରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୭ ହଜାର ୩୮୬ ଜଣ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏଥିମଧ୍ୟରୁ ୧୦ ଲକ୍ଷ ୩୬ ହଜାର ୭୬୪ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ସଂଖ୍ୟା ୨ ହଜାର ୧୯୧ ରହିଛି ।

Comments are closed.