ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ଶିଳାନ୍ୟାସ, ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ମଡେଲ୍‌ର କରିବେ ଅନାବରଣ

ପୁରୀ – ବହୁ ପ୍ରତିକ୍ଷୀତ ଓ ଶ୍ରୀକ୍ଷେତ୍ରର ଉନ୍ନତକରଣ ପାଇଁ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପାଇଁ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି । ପୂର୍ଣ୍ଣାହୁତି ଦେବା ସବ ଶିଳାନ୍ୟାସ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ସହ ମଡେଲର ଅନାବରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୋଳବେଦୀଠାରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ଅଂଚଳ ନୋ ମ୍ୟାନସ୍ ଲ୍ୟାଣ୍ଡ ଘୋଷିତ ହୋଇଛି । ୨୫ ପ୍ଲାଟୁନ ଫୋର୍ସ ସହ ତିନି ଅତିରିକ୍ତ ଏସପି, ୧୦ ଡିଏସପି ଓ ୪୦ ଇନସପେକ୍ଟର ମୁତୟନ ହୋଇଛନ୍ତି । ଶିଲାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ପୁରୀ ସାଂସଦ ଓ ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି ।

Comments are closed.