ସଂକ୍ଷେପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ- ୨୦୧୯ ମସିହା ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରକୁ ବିଶ୍ୱର ପ୍ରମୁଖ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ସଂପର୍କରେ ଘୋଷଣା କରିଥିଲେ । ଶ୍ରୀକ୍ଷେତ୍ରର ବିକାଶ ଅନ୍ୟ କୌଣସି ଢାଂଚାରେ ବା କାହାକୁ ଅନୁକରଣ କରି ହେବ ନାହିଁ । ବରଂ ମହାପ୍ରଭୁଙ୍କ ଭଳି ତାଙ୍କ ପୀଠର ବିକାଶ ସ୍ୱତନ୍ତ୍ର ଭାବେ କରାଯାଇ ଏହାକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ଗଢି ତୋଳିବା ପାଇଁ ବିଶାଳ ଯୋଜନାର ଅଂଶବିଶେଷ ହେଉଛି ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ । ଏହି ପ୍ରକଳ୍ପକୁ ସବୁ ଦଳର ସମର୍ଥନପ୍ରାପ୍ତ ହୋଇଛି ।

ତେବେ, କ’ଣ ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ଏହାର ଉଦ୍ଦେଶ୍ୟ କ’ଣ ? କ’ଣ ସବୁ ସୁବିଧା କରାଯିବ ?

ଆସନ୍ତୁ ଏହି ପ୍ରକଳ୍ପ ସଂପର୍କରେ ସଂକ୍ଷେପରେ ନଜର ପକାଇବା

. ଶ୍ରୀମନ୍ଦିର ଚାରିପାଖପ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଓ ସୌନ୍ଦର୍ଯ୍ୟକରଣ
. ଶ୍ରୀମନ୍ଦିର ଚାରିପାଖେର ଭକ୍ତଙ୍କ ପରିକ୍ରମା ପାଇଁ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ
. ମଠ ଓ ମନ୍ଦିରଗୁଡିକର ପୁନଃବିକାଶ
. ରଥଯାତ୍ରା ଓ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ।
. ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫ ଶହ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ ।
. ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ କ୍ଷୁଦ୍ର ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ ।
. ଭକ୍ତଙ୍କ ପାଇଁ ସମସ୍ତ ଦ୍ୱାରରେ ସୂଚନା ଓ ଦାନ କେନ୍ଦ୍ର ।
. ସେବାୟତ ତଥା ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ।
. ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ।
. ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଏଟିଏମ ଆଦି ବ୍ୟବସ୍ଥା ।
. ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ
. ଏକାସଙ୍ଗେ ୬ ହଜାର ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ।
. ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ।

Comments are closed.