ରାଜ୍ୟରେ ଆଉ ୨୮୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୮୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୬୬ ଓ ସ୍ଥାନୀୟ ଅଞ୍ଚଳରୁ ୧୨୨ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୫୩ ସଂକ୍ରମିତ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦, କଟକରୁ ୨୧, ସମ୍ବଲପୁରରୁ ୧୭, ପୁରୀରୁ ୧୫, ମୟୂରଭଞ୍ଜରୁ ୧୨, ସୁନ୍ଦରଗଡରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡାରୁ ୮, ଭଦ୍ରକରୁ ୭, ନୟାଗଡରୁ ୬, ଗଜପତିରୁ ୫, ଢେଙ୍କାନାଳରୁ ୪, ବଲାଙ୍ଗିରରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ଝାରସୁଗୁଡାରୁ ୨, ବରଗଡରୁ ୧, ଦେବଗଡରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮ଟି ଜିଲ୍ଲାରୁ କୌଣସି ପଜିଟିଭ ରିପୋର୍ଟ ଆସି ନଥିବା ବେଳେ ଷ୍ଟେଟ ପୁଲରୁ ୨୭ଟି ମାମଲା ଆସିଛି ।

ରାଜ୍ୟରେ ଏ ଯାଏଁ କୋରୋନାରେ ସଂକ୍ରମିତ ହୋଇଥିବ ମୋଟ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୬୭୪ରେ ପହଂଚିଛି । କୋରୋନାକୁ ମାତ୍ ଦେଇଥିବା ଲୋକଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୩୭ ହଜାର ୧ । ୨ ହଜାର ୨୨୧ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.