ମୁଖ୍ୟମନ୍ତ୍ରୀଙ୍କ କଥା ରଖିଲା କେନ୍ଦ୍ର, ପିଏମଜିକେଏୱାଇ ସମୟସୀମା ବୃଦ୍ଧି

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ରହିଲା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମା ବୃଦ୍ଧି କରାଯାଇଛି । ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ବୃଦ୍ଧି କରିଛି କେନ୍ଦ୍ର । କୋରୋନା ସଂକ୍ରମଣ ଯୋଗୁଁ ସ୍ୱାଭାବିକ ସ୍ଥିତି ଆହୁରି ଫେରି ନ ଥିବାରୁ ଗରିବମାନଙ୍କୁ ପିଏମଜିକେଏୱାଇ ଅଧୀନରେ ଆଉ ୮ ମାସ ମାଗଣା ଚାଉଳ ଯୋଗାଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଏହି ଯୋଜନା ନଭେମ୍ବରରେ ଶେଷ ହେଉଥିଲା ।

Comments are closed.