ଆୟ ବହିର୍ଭୂତ ସଂପତ୍ତି ମାମଲା : ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାରିପଦା- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବାରିପଦା, ବାଲେଶ୍ୱର, ଭଦ୍ରକରେ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ଚାଲିଛି । ପ୍ରତିଟିମରେ ୧୦ ଜଣ ଲେଖାଏଁ ଅଧିକାରୀ ସାମିଲ ହୋଇ ଚଢାଉ କରିଛନ୍ତି । କଟକ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ ।

Comments are closed.