ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଲୋକସଭାର ପ୍ରଥମ ଓଡିଆ ବାଚସ୍ପତି ରବି ରାୟଙ୍କ ଆଜି ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ବାଚସ୍ପତି ଭାବେ ରବି ରାୟ ବିଭିନ୍ନ ଲୋକାଭିମୁଖୀ ବ୍ୟବସ୍ଥାର ପ୍ରଣୟନ କରିଥିଲେ । ଏହାସହ ଗାନ୍ଧିଜୀଙ୍କ ନୀତିଆଦର୍ଶର ପ୍ରସାର ସହ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Comments are closed.