ବଲାଙ୍ଗିର ଜିଲ୍ଲାର ପୋଲିସ ସହ ଗୁଳି ବିନିମୟରେ କ୍ୟାଡର ନକ୍ସଲ ନିହତ, ସ୍ଥିତିର ସମୀକ୍ଷା କଲେ ଡିଜିପି

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲାରେ ପୋଲିସ ଗୁଳିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଛି । ମୃତ ନକ୍ସଲ ନା ଶଙ୍କର ବୋଲି ଜଣାପଡିଛି । ସେ ଏରିଆ କମାଣ୍ଡର ଥିଲା । ଗତକାଲି ରାତିରେ ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତର ଜୁନାନୀବାହାଲରେ ପୋଲିସ ସହ ନକ୍ସଲଙ୍କ ଗୁଳି ବିନିମୟ ହୋଇଥିଲା । ଏଥିରେ ଶଙ୍କରର ମୃତ୍ୟୁ ହୋଇଛି । ତା ପାଖରୁ ଗୋଟିଏ ବନ୍ଧୁକ, ଗୋଟିଏ ଡିଟୋନେଟର ଓ ୭ଟି ଗୁଳି ଜବତ କରାଯାଇଛି । ତେବେ ଅନ୍ୟ ନକ୍ସଲମାନେ ଫେରାର ହୋଇଯାଇଛନ୍ତି । ପୋଲିସ-ନକ୍ସଲ ଗୁଳି ବିନିମୟ ପପରେ ବଲାଙ୍ଗିରରେ ପହଂଚି ସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ତାଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର ଓ ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଅପେସନରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଡିଜିପି ଅଭୟ ପ୍ରଶଂସା କରିଛନ୍ତି । ପ୍ରକ୍ରିୟା ଅନୁସାରେ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ଡିଜିପି ।

Comments are closed.