ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନେଷ୍ଟବଳଙ୍କ ଘରେ ଭିିଜିଲାନ୍ସ ଚଢାଉ

ବ୍ରହ୍ମପୁର – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଲେ ବ୍ରହ୍ମପୁର ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନ । ଆଜି ସକାଳେ ତାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତିନିଟି ଜାଗାରେ ଏକକାଳୀନ ଚଢାଇ ଚାଲିଛି । ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ସ୍ଥିତ ସୁଦର୍ଶନଙ୍କ ତିନି ମହଲା ଆବାସିକ କୋଠା, ନିମଖଣ୍ଡିରେ ଥିବା କୋଠା ଘର ଓ ଭଞ୍ଜନଗର ଥାନା ଆନ୍ତର୍ଗତ ଗାମୁଣ୍ଡିରେ ଥିବା ପୈତୃକ ଘରେ ଚଢାଉ କରିଛନ୍ତି ଭିଜିଲାନ୍ସ । ଚଢାଉ ଜାରି ରହିଥିବା ବେଳେ ଏ ଯାଏଁ ୫ ଲକ୍ଷ ୧୬ ହଜାର ୮୮୦ ନଗଦ ଟଙ୍କା ଜବତ କରିିଛି ଭିଜିଲାନ୍ସ । ଚଢାଉରେ ୧୦ ଜଣ ଅତିରିକ୍ତ ଏସପି, ୨ଜଣ ଡିଏସପି ଓ ୫ ଇନସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି । ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.