ନବୀନ ସରକାରଙ୍କ ‘ଜାଗା ମିଶନ’ ସମ୍ମାନଜନକ ଆନ୍ତର୍ଜାତିକ ପୁରସ୍କାର ପାଇଁ ନାମାଙ୍କିତ

ଭୁବନେଶ୍ୱର- ଉଚ୍ଚ ପ୍ରଶଂସିତ ହୋଇଥିବା ନବୀନ ସରକାରଙ୍କ ‘ଜାଗା ମିଶନ’ ଏକ ସମ୍ମାନଜନକ ଆନ୍ତର୍ଜାତିକ ପୁରସ୍କାର ପାଇଁ ନାମାଙ୍କିତ ହୋଇଛି । ଏସିଆ-ପାସିଫିକ ହାଉସିଂ ଫୋରମ ପକ୍ଷରୁ ଦିଆଯାଉଥିବା ‘ଇନୋଭେସନ ପବ୍ଲିକ ପଲିସି’ ପୁରସ୍କାର ଦୌଡରେ ରହିଛି ‘ଜାଗା ମିଶନ’ । ନାଗରିକମାନେ ଏହିମାସ ୩୦ ତାରିଖ ଯାଏଁ ଅନଲାଇନ ଭୋଟିଂ କରିପାରିବେ । ଜାଗା ମିଶନ ଏହି ପୁରସ୍କାର ଦୌଡରେ ଥିବା ନେଇ ଗୃହ ଓ ସହର ଉନ୍ନୟନ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

୨୦୧୯ ମସିହାରେ ରାଜ୍ୟ ସରକାରଙ୍କୁ ଏହି ମିଶନ ପାଇଁ ୱାର୍ଲଡ ହେବିଟାଟ୍ ପୁରସ୍କାର ମିଳିଥିଲା । ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଭାବେ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଆରମ୍ଭ କରାଯାଇଥିଲା ଜାଗା ମିଶନ । ଆନ୍ତର୍ଜାତିକ ସ୍ତରରେ ଏହି ଜାଗା ମିଶନ ଉଚ୍ଚ ପ୍ରଶଂସିତ ହୋଇଛି ।

Comments are closed.