ଆସନ୍ତା ୯ ଘଣ୍ଟାରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ୪୮ ଘଣ୍ଟାରେ ଅବପାତରେ ପରିଣତ ନେଇ ପୂର୍ବାନୁମାନ

ଭୁବନେଶ୍ୱର- ଆସନ୍ତା ୯ ଘଣ୍ଟାରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ । ଡିସେମ୍ବର ୩ ରାତି ବା ୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସଂଧ୍ୟାରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଡିସେମ୍ବର ୪ ତାରିଖ ସକାଳୁ ୬ ତାରିଖ ଯାଏଁ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅବପାତ ଯଦି ବାତ୍ୟାର ରୂପ ନିଏ, ତାହା ହେଲେ ଆସନ୍ତା ୪ ତାରିଖରେ ଓଡିଶା -ଆନ୍ଧ୍ର ସୀମାରେ ଲ୍ୟାଣ୍ଡଫଲ୍ ହେବା ସମ୍ଭାବନା । ଏହି ସମୟରେ ଘଣ୍ଟାକୁ ୬୫ରୁ ୮୫ କିଲୋମିଟର ବେଗରେ ପବନ ବହିପାରେ ।

Comments are closed.