ଠକେଇ ମାମଲାରେ ବନ୍ଧା ହେଲେ ଭିଡିଏସ ଇଣ୍ଡିଆ ନିର୍ଦ୍ଦେଶକ ଅରବିନ୍ଦ କୁମାର

ଭୁବନେଶ୍ୱର- ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଭିଡିଏସ ଇଣ୍ଡିଆ ନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କୁ ଗିରଫ କରାଯାଇଛି । କ୍ରାଇନବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଅରବିନ୍ଦ କୁମାରଙ୍କୁ ଗିରଫ କରିଛି । ହଂକଂର ମଲଟି ଲେବେଲ ମାର୍କେଟିଂ ସଂସ୍ଥା କ୍ୟୁ-ନେଟ୍‌ର ଫ୍ରାଞ୍ଚାଇଜ୍ ଆଣିଥିଲେ ଅରବିନ୍ଦ । ଭାରତରେ ଏହାର ଫ୍ରାଞ୍ଚାଇଜି ହେଉଛି ବିହାନ ଡାଇରେକ୍ଟ ସେଲିଂ-ଭିଡିଏସ ପ୍ରାଇଭେଟ୍ ଲିମିଟେଡ୍ । ବେଆଇନ୍ ଟଙ୍କା କାରବାର ସହ ଜମାକାରୀଙ୍କୁ କୋଟି କୋଟି ଟଙ୍କା ଠକେଇ କରିବା ଭଳି ଅଭିଯୋଗ ଅରବିନ୍ଦ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ରହିଛି । ପୂର୍ବରୁ ଏହି ମାମଲାରେ ଚାରି ଜଣ ଗିରଫ ହୋଇଥିଲେ । ୩୧ ଜଣ ଜମାକାରୀଙ୍କଠାରୁ ଅଭିଯୁକ୍ତମାନେ କୋଟିଏରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

Comments are closed.