ଡିସେମ୍ବର କୋରୋନା ଗାଇଡଲାଇନ : ହୋଟେଲ୍‌, ରେଷ୍ଟୁରାଣ୍ଟ , କ୍ଲବ, ପାର୍କରେ ଜିରୋ ଜିରୋ ନାଇଟ ସେଲିବ୍ରେସନ ମନା

ଭୁବନେଶ୍ୱର – ଲଗାତର ଦ୍ୱିତୀୟ ବର୍ଷ ଲାଗି ଫିକା ପଡିବ ନୂଆବର୍ଷ ପାଳନ ଉତ୍ସବ । କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏଥର ମଧ୍ୟ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଡିସେମ୍ବର ଗାଇଡଲାଇନରେ ଏହା ସ୍ପଷ୍ଟ କରାଯାଇଛି । ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ ସେଲିବ୍ରେସନ ହୋଇପାରିବ ନାହିଁ । ହୋଟେଲ୍‌, ରେଷ୍ଟୁରାଣ୍ଟ , କ୍ଲବ, ପାର୍କରେ ଜିରୋ ନାଇଟ ପାଳନ ମନା ହୋଇଛି । ହଲ୍‌, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନକୁ ମନା କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍ କରିବା ମଧ୍ୟ ମନା ହୋଇଛି ।

ଡିସେମ୍ବର କୋରୋନା ଗାଇଡଲାଇନରେ ରାଜ୍ୟର ସହରାଞ୍ଚଳରେ ପୂର୍ବ ଭଳି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାତି ୧୦ରୁ ସକାଳ ୫ଟା ଯାଏଣ କର୍ଫ୍ୟୁ ବଳବତ୍ତର ରହିବ । ଫିଲ୍ମ ହଲ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ପ୍ରଦର୍ଶନୀ, ବାଣିଜ୍ୟ ମେଳା ଉପରେ କଟକଣା ଜାରି ରହିଛି ।

Comments are closed.