କୋଟିପତି କନେଷ୍ଟବଳ ସୁଦର୍ଶନ ପ୍ରଧାନ ଗିରଫ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କୁ ଗିରଫ କରାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆସନ୍ତା ୧୩ ତାରିଖ ଯାଏଁ ସୁଦର୍ଶନ ପ୍ରଧାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗତ ରବିବାର ଭିଜିଲାନ୍ସ ବିଭାଗ ସୁଦର୍ଶନ ପ୍ରଧାନଙ୍କ ତିନିଟି ଠିକଣାରେ ଚଢାଉ କରି ଅମାପ ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା । ସଂପତ୍ତିର ସୂତ୍ର ଠିକ୍ ଭାବେ କହି ନ ପାରିବାରୁ ସୁଦର୍ଶନଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Comments are closed.