ଭଦ୍ରକ ବରପଦାରେ ଦୁଇ କୁଖ୍ୟାତ ଲୁଟେରାଙ୍କୁ ପୋଲିସର ଏନକାଉଣ୍ଟର, ଆଉ ୪ କାବୁ

ଭଦ୍ରକ-ଭଦ୍ରକ ଜିଲ୍ଲା ବରପଦା ନିକଟରେ ପୋଲିସ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ସେମାନେ ଆହତ ହୋଇଛନ୍ତି । ବିଭିନ୍ନ ଲୁଟ ଘଟଣାରେ ସଂପୃକ୍ତ ଥିଲେ ଦୁଇ ଅପରାଧୀ । ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ । ପୋଲିସ ସେମାନଙ୍କୁ ବହୁ ଦିନ ଧରି ଖୋଜୁଥିଲା । ଆଜି ସେମାନଙ୍କୁ ଧରିବା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସେମାନେ ରହୁଥିବା ଘରକୁ ନାକାବନ୍ଦୀ କରି ଏନକାଉଣ୍ଟର କରିଥିଲା । ଏନକାଉଂଟରରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୪ ଅପରାଧୀଙ୍କୁ କାବୁ କରାଯାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ଲୁଟେରା ଗ୍ୟାଙ୍ଗରେ ୬ ଜଣ ସଦସ୍ୟ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଲୁଟ ଘଟଣାରେ ସଂପୃକ୍ତ ଥିଲେ ।

Comments are closed.