ଅପାରଗତା ଯୋଗୁଁ ଓଡିଶା କ୍ରୀଡା ପରିଷଦର ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର- ଦାୟିତ୍ୱରେ ଅବହେଳା ଓ ଅପାରଗତା ଯୋଗୁଁ ୪ କୋଚ୍‌ଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ଓଡିଶା କ୍ରୀଡା ପରିଷଦର ଚାରିଦଣ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନେ ହେଲେ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀ, ବକ୍ସିଂ କୋଚ୍ ଶଙ୍କର ଅଧିକାରୀ, ଜନାର୍ଦ୍ଦନ ପ୍ରସାବ ବଢେଇ ଓ ହ୍ୟାଣ୍ଡବଲ୍ କୋଚ୍ ମନୋଜ ଦାଶ । ଅପାରଗତା ଓ ଦକ୍ଷତାର ଅଭାବ ଅଭିଯୋଗରେ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇ ହଟାଯିବା ବୋଧହୁଏ ଓଡିଶାରେ ପ୍ରଥମ ଘଟଣା ।

Comments are closed.