ଜୁନିଅର ବିଶ୍ୱକପ୍ ହକି : ସେମିଫାଇନାଲରେ ଜର୍ମାନୀ ଓ ଆର୍ଜେଂଟିନା

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକିରେ ଜର୍ମାନୀ ଓ ଆର୍ଜେଂଟିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ କ୍ୱାର୍ଟର ଫାଇନାଲରେ ଜର୍ମାନୀ ,ସ୍ପେନକୁ ପେନାଲଟି ସୁଟଆଉଟରେ ୩-୧ ଗୋଲରେ ପରାସ୍ତ କରିଥିଲା । ଦୁଇ ଦଳ ମଧ୍ୟରେ ନିର୍ଦ୍ଧାରିତ ସମୟର ସ୍କୋର ୨-୨ ଗୋଲରେ ସ୍ଥିର ରହିବା ପରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟଆଇଟର ସହାୟତା ନିଆଯାଇଥିଲା ।

ନେଦରଲାଣ୍ଡସ ଓ ଆର୍ଜେଂଟିନା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମଧ୍ୟ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏହି ମ୍ୟାଚରେ ଅଳ୍ପକେ ବାଜି ମାର ିନେଇଛି ଆର୍ଜେଂଟିନା । ୨-୧ ଗୋଲରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି ଆର୍ଜେଂଟିନା । ଦୁଇ ଦଳର ସ୍କୋର ୧-୧ ଗୋଲରେ ସୀମିତ ରହିଥିବା ବେଳେ ମ୍ୟାଚର୫୯ତମ ମିନିଟରେ ଆର୍ଜେଂଟିନା ପକ୍ଷରୁ ବିଜୟସୂତକ ଗୋଲ୍ ସ୍କୋର କରାଯାଇଥିଲା ।

Comments are closed.