ଗୀତା ମାହାତ୍ମ୍ୟ: ଲୋକେ ଅସ୍ମିନ ଦ୍ଵିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ। ଜ୍ଞାନଯୋଗେନ ସଂଖ୍ୟାନାଂ କର୍ମଯୋଗେନ ଯୋଗିନାମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଲୋକେ ଅସ୍ମିନ ଦ୍ଵିବିଧା ନିଷ୍ଠା
ପୁରା ପ୍ରୋକ୍ତା ମୟାନଘ।
ଜ୍ଞାନଯୋଗେନ ସଂଖ୍ୟାନାଂ
କର୍ମଯୋଗେନ ଯୋଗିନାମ।।

ହେ ଅର୍ଜୁନ ! ହେ ନିଷ୍ପାପ ଵ୍ୟକ୍ତିତ୍ୱ ! ଏହି ଲୋକରେ ଦୁଇ ପ୍ରକାର ନିଷ୍ଠା ହୁଏ ବୋଲି ମୁଁ ଆଗରୁ କହି ସାରିଛି। ତନ୍ମଧ୍ୟରୁ ସଂଖ୍ୟଯୋଗୀ ମାନଙ୍କର ନିଷ୍ଠା ଜ୍ଞାନଯୋଗ ଦ୍ୱାରା ଏବଂ ଯୋଗୀ ମାନଙ୍କର ନିଷ୍ଠା କର୍ମଯୋଗ ଦ୍ୱାରା ହୋଇଥାଏ।

( ଇତି ଗୀତା ୩ୟ ଅ। ୩ୟ ଶ୍ଲୋକ )

Comments are closed.