ନାଗରିକଙ୍କୁ ଉତ୍ତମ ସେବା, ସରକାରୀ କଳରେ ସ୍ୱଚ୍ଛତା ‘ମୋ ସରକାର’ର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗଣତନ୍ତ୍ରରେ ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବାରେ କାମ କରୁଛି ‘ମୋ ସରକାର’ । ସନ୍ତୋଷଜନକ ସେବା ଯୋଗାଉଛି ମୋ ସରକାର । ସରକାରୀ କଳରେ ସ୍ୱଚ୍ଛତା ରଖିବା ପାଇଁ ମୋ ସରକାର କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଲୋକଙ୍କ ପାଖେ ସରକାର ଉତ୍ତରଦାୟୀ । ସରକାରୀ ନୀତି ନିୟମ ପାଳନ କରିବା ମୋ ସରକାରର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ସୁଶାସନ ଅନୁକରଣ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି । ସେ କହିଛନ୍ତି ଯେ, ଲୋକଙ୍କ ଲକ୍ଷ୍ୟ ନେଇ କାମ କରିବାରେ ତାଙ୍କ ସରକାର ସଫଳ ହୋଇଛି । ଅନଲାଇନରେ ସରକାରୀ ସେବା ସାଙ୍ଗକୁ ଅଭିଯୋଗର ଶୁଣାଣି ମଧ୍ୟ ହେଉଛି । ଲୋକଙ୍କ ସ୍ୱାର୍ଥ ଓ ସେବାକୁ ଦୃଷ୍ଟିରେ ରଖି ‘ମୋ ସରକାର’ କାର୍ଯ୍ୟକ୍ରମ ଚାଲିଛି ।

Comments are closed.