ବାତ୍ୟା ପ୍ରଭାବ : ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ସତର୍କତା, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୮ ମିମି ବର୍ଷା

ଭୁବନେଶ୍ୱର- ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ ବର୍ତ୍ତମାନ ଗୋପାଳପୁରଠାରୁ ୧୩୦ କିମି, ପୁରୀରୁ ୧୮୦, ପାରାଦୀପଠାରୁ ୨୭୦ କିମି ଦୂରରେ ରହିଛି । ଏ ନେଇ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସୁଦ୍ଧା ଜୱାଦ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ । ଆସନ୍ତା ୨୪ ଘଣ୍ଟା ଯାଏ ବର୍ଷା ସତର୍କତା ରହିଛି । ବିଶେଷ କରି ଆଜି ସଂଧ୍ୟା ଯାଏଁ ପ୍ରବଳ ବର୍ଷା ହେବ ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୮୫ କିଲୋମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଏ ଯାଏ ୪୨ ମିଲିମିଟର ବର୍ଷା ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ବନ୍ଦରଗୁଡିକ ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ରହିଛି ।

Comments are closed.