ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସମ୍ବଲପୁର – ଜୁଯୁମରା ବ୍ଲକ ଝାଙ୍କରପାଲି ପଂଚାୟତ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଂଟିଆଙ୍କ ୩ଟି ଠିକଣାରେ ଏକକାଳୀନ ଚଢାଉ ହୋଇଛି । ଝାଙ୍କରପାଲିରେ ଥିବା କାର୍ଯ୍ୟାଳୟ, କୁଚିଣ୍ଡା ଏନଏସିରେ ଥିବା କୋଠା ଓ ସୁବର୍ଣ୍ଣପାଲିରେ ଥିବା ଅଚ୍ୟୁତାନନ୍ଦଙ୍କ ପୈତୃକ ଘରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ନେଇ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.